Monday, April 22, 2013

ଅନୁବାଦର ଗୁରୁତ୍ୱପୂର୍ଣ୍ଣ ତଥ୍ୟ

Anubaadara gurutwa puurnn tathy

ଭାଷାକୁ ଦେଶ ସହିତ ଓ ଦେଶକୁ ବିଶ୍ୱ ସହିତ ସଂଯୋଗ କରିବାର ଏକମାତ୍ର ଅବଲମ୍ବନ ହେଉଛି ଅନୁବାଦ। ଭାଷା ସାହିତ୍ୟର ଅନ୍ୟାନ୍ୟ ବିଭାଗ ମଧ୍ୟରୁ ଏହା ସର୍ବ ଶ୍ରେଷ୍ଠ। ଏହାକୁ ଏକ ସ୍ୱତନ୍ତ୍ର ବିଭାଗ ବୋଲି ବିଚାର କରିବା ଅନାବଶ୍ୟକ। ଏହାର ଆବଶ୍ୟକତା ଯୁଗେ ଯୁଗେ ପ୍ରତ୍ୟେକ ଭାଷାସାହିତ୍ୟ ପାଇଁ ରହି ଆସିଛି ଏବଂ ରହିବ ମଧ୍ୟ। ଆଜିର ବିଶ୍ୱୀକରଣ କାଳରେ ଅନୁବାଦର ଆବଶ୍ୟକତା ଅଧିକ ଅନୁଭୂତ ହେଉଛି।

ପ୍ରଥମତଃ, ପ୍ରତ୍ୟେକ ଭାଷାସାହିତ୍ୟ ମୂଳ ଭାଷାରୁ ଶକ୍ତି ଓ ସାମର୍ଥ୍ୟ ଆହରଣ କରିଥାଏ, ଯେପରି ସଂସ୍କୃତରୁ ବିଭିନ୍ନ ଭାରତୀୟ ଭାଷା ଓ ଲାଟିନ୍‌ରୁ ଇଂରାଜୀ ସମେତ ୟୁରୋପୀୟ ଭାଷାସମୂହ ଏ ଶକ୍ତି ସବୁ କେବଳ ଅନୁବାଦ ଜରିଆରେ ପ୍ରାପ୍ତ ହୋଇଛି।

ଦ୍ୱୀତୀୟତଃ, ଅନୁବାଦ ଦ୍ୱାରା କେବଳ ଭାଷା ନୁହେଁ, ସାମାଜିକ ଜୀବନ, ସଂସ୍କୃତି ଓ ରାଜନୈତିକ କ୍ଷେତ୍ରରେ ଏହାର ଆବଶ୍ୟକତା ସମସ୍ତେ ହୃଦୟଙ୍ଗମ କରନ୍ତି।

ଭାରତ ଭଳି ଗୋଟିଏ ବହୁଭାଷୀ ଦେଶରେ କେବଳ ବିଭିନ୍ନ ଭାଷାମାନଙ୍କର ଆଦାନପ୍ରଦାନ ଦ୍ୱାରା ହିଁ ଭାରତୀୟ ସାହିତ୍ୟର ପ୍ରକୃତ ରୂପ ବିକଶିତ ହୋଇପାରିବ ଏବଂ ଜାତୀୟ ସଂହତି ସ୍ଥାପିତ କରାଯାଇ ପାରିବ। ବିଶ୍ୱ ସାହିତ୍ୟ ପାଇଁ ମଧ୍ୟ ଏହା ପ୍ରଯୁଜ୍ୟ। ଲାଟିନ୍‌ ଭାଷାକୁ ଆମୂଳଚୂଳ ଅନୁବାଦ କରି ଏକଦା ଇଂରାଜୀ ସାହିତ୍ୟ କେବଳ ସୁସ୍ଥତାତା ଲାଭ କଲା ନାହିଁ; ଏହା ପରିପୁଷ୍ଟ ହୋଇ ଅମରତ୍ୱ ମଧ୍ୟ ହାସଲ କରିନେଲା। କୌଣସି ଭାଷା ମାଧ୍ୟମରେ ହିଁ ଅନୁବାଦ ସାହିତ୍ୟ ଗୋଟିଏ ପ୍ରାନ୍ତୀୟ ଭାଷାରେ ଅନୂଦିତ ହୁଏ ଆଉ ବିଶ୍ୱର କେଉଁ ଗୋଟିଏ ଗାଁ ମାଟିର ମଣିଷଟି ତା’ କଥିତ ଭାଷାରେ ଆମୋଦିତ ହୁଏ ଏହାହିଁ ତ ‘ବିଶ୍ୱ’ର ପରିକଳ୍ପନା ସାକାର ହୋଇଥିବାର ଗୋଟିଏ ବଡ଼ ପ୍ରମାଣ।

ଅନୁବାଦର ପ୍ରକାର:-

ଅନୁବାଦ ମୁଖ୍ୟତ କରିବା ପାଇଁ କେତେକ ବିଶେଷରେ ଦୃଷ୍ଠି ଦେବାକୁ ଆବଶ୍ୟକ, ଯଥା-

ପ୍ରଥମତଃ ଅନୁବାଦ ମୌଖିକ ଏବଂ ଲିଖିତ, ମିଶ୍ରିତ ବା Computer/Machine ଦ୍ୱାରା ଅନୁବାଦିତ ହୁଏ। ତେଣୁ ଅନୁବାଦ କରିବା ସମୟରେ ବିଷୟ ପ୍ରତି ଧ୍ୟାନ ଦେବାକୁ ହୁଏ।

•             ପ୍ରଶାସନିକ ଅନୁବାଦ

•             ବାନିଜ୍ୟିକ ଅନୁବାଦ

•             Computer ଅନୁବାଦ

•             ଅର୍ଥନୈତିକ ଅନୁବାଦ

•             ଆର୍ଥିକ ଅନୁବାଦ

•             ସାଧାରଣ ଅନୁବାଦ

•             ଆଇନ ଅନୁବାଦ

•             ଆକ୍ଷରିକ ଅନୁବାଦ

•             ଔଷଧିକ ଅନୁବାଦ

•             ପ୍ରଯୁକ୍ତିଗତ ଅନୁବାଦ

ପଦକ୍ଷେପ:-

ଓଡ଼ିଶା ସାହିତ୍ୟର ପ୍ରଗତି ଦିଗରେ କିଛି ପଦକ୍ଷେପ ନେଇଛନ୍ତି, ଏକବିଂଶ ଶତାବ୍ଦୀରେ ବିଶ୍ୱବିଦ୍ୟାଳୟ ମାନଙ୍କରେ ଓଡ଼ିଆ ଭାଷା ଉନ୍ନତି ପାଇଁ ଖୋଲା ଯାଇଛି “ଭାଷା କେନ୍ଦ୍ର ବା Language Center”, ଏହା ଖୋଲିବା ପରଠାରୁ କେତେକାଂଶରେ ଓଡ଼ିଆ ସାହିତ୍ୟରେ କମ୍ପ୍ୟୁଟର ର ପ୍ରବେଶ କରିବା ସହିତ ଓଡ଼ିଆ ଛାତ୍ରଛାତ୍ରୀ ମାନଙ୍କର ଏହି ଆଧୁନିକ ସମାଜରେ ଅନ୍ୟ ଛାତ୍ରଛାତ୍ରୀଙ୍କ ନିକଟରେ ଠିଆ ହେବା ପାଇଁ ପଥଟିଏ ସୃଷ୍ଟି କରିଛି। ଏହି ବିଭାଗ ଦ୍ୱାରା ସ୍ନାତକ ଏବଂ ସ୍ନାତକୋତ୍ତରର ଛାତ୍ରଛାତ୍ରୀମାନଙ୍କର ପାଠସୂଚିରେ ଅନୁବାଦ ନାମକ ଏକ ପାଠ ଯୋଗ କରାଯାଇଛି। ଯାହା ଦ୍ୱାରା ଛାତ୍ରଛାତ୍ରୀମାନେ ଅନୁବାଦ ଜଗତରେ ଏକ ନୂତନ ସ୍ଥାନ ପାଇଛି ଏବଂ ଏହି ଉଦ୍ୟାମ ଦ୍ୱାରା ଓଡ଼ିଶା ଅନୁବାଦ ବା ଅନ୍ୟ ସାହିତ୍ୟକୁ ଓଡ଼ିଆରେ ଅନୁବାଦ କରି ପଡ଼ୋଶୀ ରାଜ୍ୟ ବା ଦେଶର ସାହିତ୍ୟରେ ପ୍ରବେଶ ଲାଗ କରେବାରେ ଛାତ୍ରଛାତ୍ରୀମାନଙ୍କ ଠାରୁ ଶିକ୍ଷକ ପର୍ଯ୍ୟନ୍ତ ଏକ ଉଦ୍ୟାମ କରୁଛନ୍ତି। ସେହି ଏକ କ୍ଷୁଦ୍ର ଚେଷ୍ଠା ଯାହା ଦିନେ ଆରମ୍ଭ ହୋଇଥିଲା, ତାହା ଏବେ ଆମର ବୃହତ୍ତର ସ୍ୱାର୍ଥକୁ ଉଜ୍ଜୀବିତ କରିବା ସହିତ ଅଧିକରୁ ଅଧିକ ଓଡ଼ିଆ ସାହିତ୍ୟିକଙ୍କୁ ଅନୁବାଦ କର୍ମରେ ଆଗ୍ରହୀ କରାଇ ପାରିଛି।

ଅନୁବାଦ କରିବା ସମୟରେ ବିଶେଷ ଦୃଷ୍ଟି:-

୧-ବିଷୟ ଅନୁସାରେ ଅନୁବାଦ।

୨-ବିଶେଷ ଭାବରେ ଅନୁବାଦ କରିବା ପାଇଁ ଦିଆଯାଇ ଥିବା ସୂଚନାକୁ ପଡ଼ିବା।

୩-ଅନୁବାଦ କରିବା ସମୟରେ ବିଶେଷ ଭାବରେ Glossary ପ୍ରତି ଧ୍ୟାନ ଦେବା ଆବଶ୍ୟକ।

ଉଦାହରଣ:-
Source
Target
Importance of Glossary usage
Capturing failed
କ୍ୟାପଚର୍ ବିଫଳ
Capture - ଉଠାନ୍ତୁ
PDF Reader
PDF  ରିଡର
Reader - ପାଠକ

ଏହି ପରିସ୍ଥିରେ ଅନୁବାଦକଙ୍କୁ ଧ୍ୟାନ ଦେବାକୁ ହେବ ଯେ Glossary ରେ ଶବ୍ଦ କ’ଣ ଦିଆଯାଇଛି। ଏହା ପରେ Glossary ରେ ଦିଆଯାଇ ଥିବା ଶବ୍ଦ ଅନୁସାରେ ଅନୁବାଦ କରାଯିବା ଆବଶ୍ୟକ। ଏହ କରାଗଲେ ଅନୁବାଦର Quality ଭଲ ହେବ। କିନ୍ତୁ କିଛି କ୍ଷେତ୍ରରେ Glossary ରେ ଦିଆଯାଇଥିବା ଶବ୍ଦକୁ ବ୍ୟବହାର କରିପାରିବା ନାହିଁ କାରଣ ବାକ୍ୟ ଅନୁସାରେ ସଠିକ ଶବ୍ଦର ପ୍ରୟୋଗ ନହେଲେ ବାକ୍ୟ ସଠିକ ଅର୍ଥର ଲୋପ ଘଟିବ।